କ୍ରିକେଟ ଜଗତରେ ଆଇପିଏଲ ଇତିହାସର ସବୁଠାରୁ ବଡ଼ ଡିଲକୁ ନେଇ ଚାଲିଛି ଚର୍ଚ୍ଚା। ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା (RCB)ର ମାଲିକାନା ସତ୍ତ୍ୱ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ ୧୬,୭୦୬ କୋଟିରେ ବିକ୍ରି ହୋଇଛି।ଆଦିତ୍ୟ ବିର୍ଲା ଗ୍ରୁପ୍ ,ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍, ବୋଲ୍ଟ ଭେଞ୍ଚର୍ସ,ଏବଂ ବ୍ଲାକଷ୍ଟୋନ ହେଉଛନ୍ତି RCB ଟିମର ନୂଆ ଭାଗିଦାର।
ଆଉ ଏହି ଅଧିଗ୍ରହଣ ପରେ ଦଳର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ଆର୍ଯ୍ୟମନ ବିର୍ଲା। ୨୮ ବର୍ଷୀୟ ଆର୍ଯ୍ୟମାନ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ପୁଅ। କ୍ରିକେଟ୍ ପ୍ରତି ତାଙ୍କର ଗଭୀର ରୁଚି ରହିଛି। ସେ ମଧ୍ୟପ୍ରଦେଶ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଇଡେନ୍ ଗାର୍ଡେନ୍ସରେ ବେଙ୍ଗଲ ବିପକ୍ଷରେ ଏକ ଶତକ ମଧ୍ୟ ସାମିଲ ଅଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved