📞 +91 9583789855 📧 info@asmitatv.in
Asmita TV Logo

ଓଡ଼ିଆ ଅସ୍ମିତା ପାଇଁ ଦୌଡ଼
Apr 05, 2026

ଓଡ଼ିଆ ଅସ୍ମିତା ପାଇଁ ଦୌଡ଼

ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏହି ଦୌଡ଼ର ଶୁଭାରମ୍ଭ ହୋଇଥିଲା। ଏହି ପବିତ୍ର ମୁକ୍ତେଶ୍ୱର ମନ୍ଦିର  ପୀଠରୁ ବାହାରି ଐତିହ୍ୟ ଗଣଦୌଡ଼ ରାମେଶ୍ୱର ମନ୍ଦିର, ବିବେକାନନ୍ଦ ମାର୍ଗ, ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଲୁଇସ୍ ରୋଡ୍, ବିଜେବି କଲେଜ ଏବଂ ରବି ଟକିଜ ଛକ ଦେଇ ଐତିହାସିକ ରାଜାରାଣୀ ମନ୍ଦିରଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର କ୍ରୀଡ଼ାବିତ୍, ଯୁବଗୋଷ୍ଠୀ, ଦିବ୍ୟାଙ୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇ ଓଡ଼ିଶାର ସମୃଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ପ୍ରଚାର ପାଇଁ ସଂକଳ୍ପ ନେଇଥିଲେ। ଏହି ଐତିହ୍ୟ ଗଣଦୌଡ଼ରେ ଚନ୍ଦନ ସାମଲ ପ୍ରଥମ, ସିଦ୍ଧାର୍ଥ କୁମାର ମିଶ୍ର ଦ୍ବିତୀୟ ଏବଂ ବିଜୟ ଅଗ୍ରଓ୍ବାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ବିଜୟୀ ହୋଇଥିବା ଚନ୍ଦନ ସାମଲ, ସିଦ୍ଧାର୍ଥ କୁମାର ମିଶ୍ର ଏବଂ ବିଜୟ ଅଗ୍ରଓ୍ବାଲଙ୍କୁ ପଦକ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।  

ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଓ ଶ୍ରୀ ବିଜୟ କୁମାର ସ୍ୱାଇଁଙ୍କ ସମେତ ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ ଓ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ସଙ୍ଗୀତା ଶିବାନୀ ପ୍ରମୁଖ ଉପସ୍ଥିତ ଥିଲେ।

Author : Asmitatv Date: 2026-04-05

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved