📞 +91 9583789855 📧 info@asmitatv.in
Asmita TV Logo

ଜଙ୍ଗଲ ବିଭାଗର ଥାର ଗାଡ଼ି କିଣା ଦୁର୍ନୀତିରେ ବଡ଼ କାର୍ଯ୍ୟନୁଷ୍ଠାନ
Apr 16, 2026

ଜଙ୍ଗଲ ବିଭାଗର ଥାର ଗାଡ଼ି କିଣା ଦୁର୍ନୀତିରେ ବଡ଼ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଜଙ୍ଗଲ ବିଭାଗର ଥାର୍‌ ଗାଡ଼ି କିଣାରେ ଦୁର୍ନୀତି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ। ଜଙ୍ଗଲ ବିଭାଗର ବଡ଼ବଡ଼ିଆ ଅଧିକାରୀ ଏବେ ଛାନିଆ। ସିଏଜି ଅଡିଟ୍ ରିପୋର୍ଟରେ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ୍। ଥାର୍‌ ଗାଡ଼ି କିଣାରେ ମୋଟ ୨୮ କୋଟି ୪୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଧରିଛନ୍ତି ଏଜି।

ଜୁଲାଇ ୨୦୨୪ରେ ଏସ୍‌ଆର୍‌ସି ଯେଉଁ ୨୮ କୋଟି ୪୫ ଲକ୍ଷ ଟଙ୍କା ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଦେବା ପାଇଁ ଅନୁମୋଦନ କରିଥିଲେ, ତାହା ଗୃହ ମନ୍ତ୍ରଣାଳୟର ଏସ୍‌ଡିଆର୍‌ଏଫ୍ ଗାଇଡଲାଇନ ଅନୁଯାୟୀ ହୋଇ ନାହିଁ ବୋଲି ଏଜି ସ୍ପଷ୍ଟ କରିଛନ୍ତି। ଥାର୍ ଗାଡି କିଣା ଏବଂ ମୋଡିଫିକେସନରେ ମୋଟ ୧୭ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ବେଳେ ବାକି ୧୧ କୋଟି ୪୫ ଲକ୍ଷ ଟଙ୍କା କଣ ହେଲା କିଛି ଜଣାନାହିଁ। ସେହିପରି ଏସ୍‌ଆର୍‌ସି ଯେଉଁ ୨୮ କୋଟି ୪୫ ଲକ୍ଷ ଟଙ୍କା ଏଥିଲାଗି ଅନୁମୋଦନ ଦେଇଥିଲେ ସେ ଏଥିଲାଗି କ୍ଷମତାପ୍ରାପ୍ତ ନୁହଁନ୍ତି ବୋଲି ଏଜି ତାଙ୍କ ରିପୋର୍ଟରେ ଲେଖିଛନ୍ତି ।

ଉଲ୍ଲେଖଯୋଗ୍ୟ ପ୍ରଥମେ ଥାର କିଣା ପରେ ଏହାର ଇଣ୍ଟେରିଅର ସାଜସଜ୍ଜା ବାବଦ ଖର୍ଚ୍ଚ ଅଡିଟ ବେଳେ ଧରା ପଡ଼ିଥିଲା। ଏମିତିକି ଏବାବଦରେ ଗାଡ଼ି ପିଛା ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏଥିରେ ବଡ଼ ଧରଣର କିକ୍ ବ୍ୟାକ ହୋଇଥିବା ସ୍ପଷ୍ଟ ହୋଇଥିଲା।

Author : Asmitatv live Date: 2026-04-16

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved