ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ । ମୈଦାନରେ ଆମ୍ନାସାମ୍ନି ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ୍। RCB ଅଧିନାୟକ ରଜତ ପାଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। SRH ପକ୍ଷରୁ ବିସ୍ଫୋରକ ବ୍ୟାଟର ସଲିଲ ଆରୋରା ପ୍ରଥମ ମ୍ୟାଚ୍ ଖେଳିଥିଲେ।
ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଟିମ୍ର ଅଧିନାୟକ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୮ଟି ବଲ୍ ଖେଳି ୮ଟି ଚୌକା ଏବଂ ୫ଟି ଛକା ବଳରେ ୮୦ ରନ୍ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ଫଳରେ ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୦୨ ରନ୍ର ଲକ୍ଷ୍ୟ ମିଳିଥିଲା। ସେ ୩୮ଟି ବଲ୍ ଖେଳି ୮ଟି ଚୌକା ଏବଂ ୫ଟି ଛକା ବଳରେ ୮୦ ରନ୍ ସଂଗ୍ରହ କରିଥିଲେ।
ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ଫଳରେ ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୦୨ ରନ୍ର ଲକ୍ଷ୍ୟ ମିଳିଥିଲା। ବିରାଟ କୋହଲିଙ୍କ ୩୮ ବଲରୁ ଅପରାଜିତ ୬୯ ରନ ଏବଂ ଦେବଦତ୍ତ ପାଡିକ୍କଲଙ୍କ ୨୬ ବଲ୍ରୁ ୬୧ ରନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବିଜୟ ଦେଇଛି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର ଉଦଘାଟନୀ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ ହୋଇଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved