📞 +91 9583789855 📧 info@asmitatv.in
Asmita TV Logo

ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ
Apr 02, 2026

ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ

ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଓଏସ୍‌ସିବି)ର ଅଧ୍ୟକ୍ଷ ଶ୍ରୀ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସସିୟୁ) ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡଙ୍ଗୀ, ଅର୍ବାନ ବ୍ୟାଂକ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ଉପାଧ୍ୟକ୍ଷା ସୁଷମା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ଫିସଫେଡ ଅଧକ୍ଷ ଶ୍ରୀମତୀ ସସ୍ମିତା ରାଉତ, ଓପୋଲଫେଡ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଉପସଭାପତି ସୁନିତା ବରାଳ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଂକର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଂଟ୍ରାଲ କୋଅପରେଟିଭ ବ୍ୟାଂକର ଉପସଭାପତି ଜୟଶ୍ରୀ ଗଡନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଶିବରାମ ପାତ୍ର, ବୈାଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଓଏସ୍‌୍‌ସିବି, ଓପୋଲଫେଡ, ଓମଫେଡ, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି,  ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟମାନେ ବିଜେପିରେ ଯୋଗଦାନ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । 

Author : Asmitatv liv Date: 2025-04-02

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved