କମିଲା ପେଟ୍ରୋଲ ଏବଂ ଡିଜେଲ୍ ରେଟ୍ । ଦୀର୍ଘ ଦିନ ପରେ ଭାରତରେ ତୈଳ ଦର ହ୍ରାସ ପାଇଛି । ପେଟ୍ରୋଲ ୫ ଟଙ୍କା ଶସ୍ତା ହୋଇଥିବା ବେଳେ ଡିଜେଲ୍ ଦାମ୍ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି ।
ରିପୋର୍ଟ ଅନୁସାରେ, ଭାରତର ସବୁଠୁ ବଡ ଫୁଏଲ ରିଟେଲର୍ ନାଏରା ଏନର୍ଜି ତୈଳ ଦର ହ୍ରାସ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ବୁଧବାର ଅର୍ଥାତ ଜୁଲାଇ ୧ରୁ ନୂଆ ଦର ସାରା ଦେଶରେ ଲାଗୁ ହୋଇଯାଇଛି ।
ଗତ ଦୁଇ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି କି କୌଣସି କମ୍ପାନୀ ରିଟେଲ୍ ପେଟ୍ରୋଲ ଏବଂ ଡିଜେଲ ଦର କମାଇଛନ୍ତି । ଏହାପଛରେ ବଡ କାରଣ ହେଉଛି ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଛି । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଯାହାର ପ୍ରଭାବରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଦ୍ଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି ।
ନାଏରା ଏନର୍ଜି ଋଷର ରୋନନେଫ୍ଟ ସମର୍ଥିତ ଫୁଏଲ୍ କମ୍ପାନୀ ଅଟେ । ଭାରତରେ ଏହାର ପେଟ୍ରୋଲ ପମ୍ପ୍ ସଂଖ୍ୟା ୭୦୦୦ । ଏହା ପ୍ରାଇଭେଟ୍ ସେକ୍ଟରରେ ଦେଶର ସବୁଠାରୁ ବଡ ପେଟ୍ରୋଲ-ଡିଜେଲ୍ ରିଟେଲ୍ ସେଲର୍ ଅଟେ । ତୈଳ ଦରରେ ଗତ କିଛି ଦିନ ହେଲା ମହଙ୍ଗା ମାଡରେ ନାଏରାର ନିଷ୍ପତ୍ତି ବଡ ଆଶ୍ୱସ୍ତି ଆଣିଛି । ଏବେ କମ୍ପାନୀ ଗ୍ରାହକଙ୍କୁ ଦର କମାଇ ଉପହାର ପ୍ରଦାନ କରିଛି ।
ଅନ୍ୟ ଦିଗରେ ସରକାରୀ ତୈଳ କମ୍ପାନୀମାନଙ୍କରେ ତେଲ ରେଟ୍ ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଓସିଏଲ, ବିପିସିଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ୍ ଦର ଅପରିବର୍ତ୍ତିତ ରଖିଛନ୍ତି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved