📞 +91 9583789855 📧 info@asmitatv.in
Asmita TV Logo

ମହାନଦୀ ଜଳ ବିବାଦ: ମନ୍ତ୍ରିସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
Jul 20, 2026

ମହାନଦୀ ଜଳ ବିବାଦ: ମନ୍ତ୍ରିସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରିସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ବୈଠକରେ ରାଜସ୍ୱ ମନ୍ତ୍ରୀ, ବିଧାୟକ ଜୟ ନାରାୟଣ ମିଶ୍ର, ଜଳସମ୍ପଦ ବିଭାଗର ସଚିବ ଶୁଭା ଶର୍ମାଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ମହାନଦୀ ଜଳ ବିବାଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି।

ବୈଠକରେ ମହାନଦୀ ଜଳ ବଣ୍ଟନ, ଆଇନଗତ ସ୍ଥିତି, ଟ୍ରିବ୍ୟୁନାଲରେ ଚାଲିଥିବା ମାମଲାକୁ ନେଇ ଗୁରୁତ୍ୱର ସହ ଆଲୋଚନା ହୋଇଥିବା ଜଣାପଡ଼ିଛି। ରାଜ୍ୟର ଜଳ ଅଧିକାର ସୁରକ୍ଷା ସହ ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଛି।

ବୈଠକ ପରେ ସରକାରଙ୍କ ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ କରାଯାଇନଥିଲେ ମଧ୍ୟ, ମହାନଦୀ ପ୍ରସଙ୍ଗରେ ରାଜ୍ୟର ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିବା ଏବଂ ଆଇନଗତ ଓ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ସୂତ୍ରରୁ ପ୍ରକାଶ।

Author : Asmitatv liv Date: 2026-07-20

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved