ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସୁଛନ୍ତି କି ! ରହିବା ପାଇଁ ହୋଟେଲ ଖୋଜୁଛନ୍ତି କି ? ତେବେ ସାବଧାନ ରହି ହୋଟେଲ ବୁକିଂ କରନ୍ତୁ ନଚେତ୍ ସାଇବର ଠକେଇର ଶିକାର ହୋଇ ପାରନ୍ତି ଆପଣ ।
କେମିତି ରହିବେ ସଚେତନ୍ ?
ହୋଟେଲ ବୁକିଂ ସମୟରେ ହୋଟେଲ ଗୁଡିକର ୱେବସାଇଟ୍ ଭଲ ଭାବେ ଯାଞ୍ଚ କରି ବୁକ୍ କରନ୍ତୁ। ସନ୍ଦେହ ହେଲେ ସାଇବର୍ ପୁଲିସକୁ ତୁରନ୍ତ ଜଣାନ୍ତୁ। ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ଓ ସାଇବର୍ ପୋଲିସ ପକ୍ଷରୁ ସମସ୍ତଙ୍କୁ ସଚେତନ କରିବା ପାଇଁ ଚାଲିଛି ସାଇବର୍ ରଥ।
ସୋସିଆଲ ମିଡିଆ ଓ ଗୁଗଲ ତଥା ବିଭିନ୍ନ ଫେକ୍ ଆପ୍ କରି ସାଇବର୍ ଅପରାଧୀ ମାନେ ରଥଯାତ୍ରାରେ ସାମିଲ ହୋଇ ହୋଟେଲ ବୁକ୍ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ଠକାମିର ଶିକାର ହେଲେ ତୁରନ୍ତ ୧୯୩୦ କୁ କଲ୍ କରିବା ପାଇଁ ଅପିଲ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved