📞 +91 9583789855 📧 info@asmitatv.in
Asmita TV Logo

ପନ୍ତଙ୍କ ଉପରେ ରାଗିଗଲେ କି  ଟିମ ମାଲିକ
Apr 02, 2026

ପନ୍ତଙ୍କ ଉପରେ ରାଗିଗଲେ କି ଟିମ ମାଲିକ

ଦିଲ୍ଲୀ କ୍ୟାପିଟାଲ୍ସ ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପରାଜୟ ପରେ ଅଧିନାୟକ ଋଷଭ ପନ୍ତ ଓ ଟିମର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଦିଲ୍ଲୀଠୁ ହାରିବା ପରେ ପନ୍ତଙ୍କ ଉପରେ ବର୍ଷିଛନ୍ତି ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମାଲିକ ସଞ୍ଜିବ ଗୋଏଙ୍କା ।

ଖବର ଅନୁଯାୟୀ, ବୁଧବାର ଆଇପିଏଲ ମ୍ୟାଚରେ ଦିଲ୍ଲୀକୁ ଭେଟିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ପନ୍ତଙ୍କ ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୪୧ରେ ଅଲଆଉଟ୍ ହୋଇଯାଇଥିଲା । ପନ୍ତ ୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । । ୧୪୧ ରନର ଟାର୍ଗେଟକୁ ଦିଲ୍ଲୀ ସହଜରେ ଜିତି ନେଇଥିଲା । ଦିଲ୍ଲୀ ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଥିଲା ।

ଯାହା ପରେ ପନ୍ତ କହିଥିଲେ ଯେ, ୧୪୦ ରନ୍ ସ୍କୋର କରିବା ପରେ ବୋଲରଙ୍କୁ ଖୁବ୍ ପରିଶ୍ରମ କରିବାକୁ ହୋଇଥାଏ । ପାଓ୍ୱାର ପ୍ଲେରେ ଦିଲ୍ଲୀର ଅଧିକ ଓ୍ୱିକେଟ୍ ଯାଇଥିଲେ ସେମାନେ ଚାପକୁ ଆସିଯାଇଥାନ୍ତେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ନଜର ଆସିଛନ୍ତି ମାଲିକ ସଞ୍ଜୀବ ଗୋଏଙ୍କା ଏବଂ ପନ୍ତ । ଏହାସହ କୋଚ୍ ଜଷ୍ଟିନ୍ ଲାଙ୍ଗର ମଧ୍ୟ ରହିଛନ୍ତି । ସଂଜୀବ ଗୋଏଙ୍କା ପନ୍ତଙ୍କୁ କିଛି କହୁଛନ୍ତି । ପନ୍ତ ମଧ୍ୟ ସିରିୟସ ହୋଇ ଗୋଏଙ୍କାକୁ କିଛି ବୁଝାଉଛନ୍ତି ।

Author : Asmitatv live Date: 2026-04-02

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved