ଏଣିକି ଆଉ କ୍ୟାରିୟର ପାଇଁ ଟେନସନ୍ ନେବେନି ଛାତ୍ରଛାତ୍ରୀ । ସ୍କୁଲରେ ମିଳିବ କ୍ୟାରିୟର ଗାଇଡାନ୍ସ । ସ୍କୁଲ ସରିବା ପରେ ପିଲାମାନେ ବିଚଳିତ ନହୋଇ ଆରାମରେ ନିଜ ଭବିଷ୍ୟତ ପାଇଁ ଶିକ୍ଷା ବାଛିପାରିବେ । ସ୍କୁଲରେ
ନବମ ଓ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ। ପାଠପଢା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ସେନେଇ ଦିଆଯିବ ମାର୍ଗଦର୍ଶନ। ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ ଗାଇଡାନ୍ସ। ପ୍ରଶାସନିକ କ୍ଷେତ୍ରରୁ ଆରମ୍ଭ କରି କରି ବିଭିନ୍ନ ବୃତ୍ତି ପାଇଁ କ୍ୟାରିୟର ଗଢିବା ପାଇଁ ମିଳିବ ଗାଇଡାନ୍ସ।
ସକାଳ ସାଢେ ୧୦ଟାରୁ ସାଢେ ୧୧ଟା ଯାଏଁ ସ୍କୁଲରେ ଆୟୋଜିତ ହେବ କ୍ୟାରିୟର ୱେବିନାର। ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଆଜିଠୁ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ ହେବ। ଆଜି ପ୍ରଥମ ଦିନରେ ‘ ସେଲଫ୍ ଡିସକଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ମାର୍ଗଦର୍ଶନ ଦିଆଯିବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved