ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ନାଗରିକମାନଙ୍କ ପାଇଁ ଭାରତୀୟ ନିର୍ବାଚନ କମିସନ (ଇସି) ଏକ ବଡ଼ ନିୟମ ଲାଗୁ କରିଛନ୍ତି । ଏଣିକି ଭୋଟର ତାଲିକାରେ ନାମ ସାମିଲ କରିବାକୁ ଆବେଦନ କରୁଥିବା ନୂଆ ଆବେଦନକାରୀଙ୍କୁ ସେମାନଙ୍କ ପିତାମାତାଙ୍କର ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଂଶୋଧନ ସ୍ଥିତିର ବିବରଣୀ ପ୍ରଦାନ କରିବାକୁ ପଡ଼ିବ ।
ଅନଲାଇନ୍ ଭୋଟର ପଞ୍ଜୀକରଣ ସମୟରେ ଏହି ଘୋଷଣାନାମାକୁ କମିସଶନ ବାଧ୍ୟତାମୂଳକ କରିଛନ୍ତି । ଏହି ନୂତନ ବ୍ୟବସ୍ଥା ଦ୍ୱାରା ନକଲି, ପ୍ରବାସୀ ଏବଂ ମୃତ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବାର ପ୍ରକ୍ରିୟା ଆହୁରି ସହଜ ହେବ ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ପ୍ରକାଶ ପାଇଛି । ଅନଲାଇନ୍ ଆବେଦନ ସମୟରେ ଏହି ଘୋଷଣାନାମା ପୂରଣ ନକଲେ ଆବେଦନକାରୀ ଆଗକୁ ବଢ଼ିପାରିବେ ନାହିଁ ।
ଏଥିପାଇଁ ପୋର୍ଟାଲରେ ୩ଟି ବିକଳ୍ପ ଦିଆଯାଇଛି, ପ୍ରଥମଟି ହେଉଛି ପୂର୍ବ ଏସ୍ଆଇଆର୍ ଭୋଟର ତାଲିକାରେ ଆବେଦନକାରୀଙ୍କ ନିଜ ନାମ ଥିଲା କି ନାହିଁ, ଦ୍ୱିତୀୟରେ ପିତାମାତା କିମ୍ବା ଜେଜେବାପା/ଜେଜେମାଙ୍କ ନାମ ଥିଲା କି ନାହିଁ, ଏବଂ ତୃତୀୟ ବିକଳ୍ପ ହେଉଛି ଉଭୟଙ୍କ ମଧ୍ୟରୁ କାହାରି ନାମ ପୂର୍ବ ତାଲିକାରେ ନଥିଲା । ଯଦି ଆବେଦନକାରୀ ପ୍ରଥମ ଦୁଇଟି ବିକଳ୍ପ ବାଛନ୍ତି, ତେବେ ସେମାନଙ୍କୁ ପୂର୍ବ ଏସ୍ଆଇଆର୍ ଅଧୀନରେ ଥିବା ନିର୍ବାଚନ ମଣ୍ଡଳୀ, ମତଦାନ କେନ୍ଦ୍ର ନମ୍ବର ଏବଂ କ୍ରମିକ ସଂଖ୍ୟା ପ୍ରଦାନ କରିବାକୁ ହେବ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved