ଗୁଡ୍ ଫ୍ରାଇଡେ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଦିନ, ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ସ୍ମରଣ କରି ପାଳନ କରାଯାଏ। ଏହି ଦିନ ଯୀଶୁ ମାନବ ଜାତିର ପାପର ପ୍ରାୟଶ୍ଚିତ୍ତ ପାଇଁ ହସି ହସି ନିଜ ଜୀବନ ବଳିଦାନ ଦେଇଥିଲେ ଏବଂ କ୍ରୁଶରେ ମୃତ୍ୟୁବରଣ କରିଥିଲେ। ଆଜିର ଦିନରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପଢିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥାନ୍ତି । ଇଷ୍ଟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଇଷ୍ଟର ପୂର୍ବ ଶୁକ୍ରବାରକୁ ଗୁଡ ଫ୍ରାଇଡେ ପାଳନ କରାଯାଏ । ଗୁଡ ଫ୍ରାଇଡେକୁ ବ୍ଲାକ ଫ୍ରାଇଡେ, ଗ୍ରେଟ ଫ୍ରାଇଡେ ଏବଂ ହୋଲି ଫ୍ରାଇଡେ ବୋଲି ମଧ୍ୟ ପାଳନ କରାଯାଏ । ଆହୁରି ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥବଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଏହି ପବିତ୍ର ଦିବସର ମୁଖ୍ୟ ଲକ୍ଷ୍ୟ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved