📞 +91 9583789855 📧 info@asmitatv.in
Asmita TV Logo

ଓଡ଼ିଆ ପରମ୍ପରାର ପ୍ରତୀକ ପଣା ସଂକ୍ରାନ୍ତି
Apr 14, 2026

ଓଡ଼ିଆ ପରମ୍ପରାର ପ୍ରତୀକ ପଣା ସଂକ୍ରାନ୍ତି

ଭୁବନେଶ୍ୱର  ଅସ୍ମିତା ଟିଭି  ଲାଇଭି  : ଓଡ଼ିଆମାନେ ପାଳନ କରନ୍ତି  ୧୨ ମାସରେ ୧୩ ଓଷା । ତନ୍ମଧ୍ୟରୁ ପ୍ରଧାନ ଆମ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ ଚଳଚଞ୍ଚଳ ହୋଇପଡ଼େ ମଠରୁ ମନ୍ଦିର । ଆମ ମହାପ୍ରଭୁ ଭୁଞ୍ଜନ୍ତି ୬୦ ପଉଟି ଭୋଗ  ଆମେ ଓଡ଼ିଆ ଭାରି ବଢ଼ିଆ । ତନ୍ମଧ୍ୟରୁ ପ୍ରଧାନ ଆମ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ । ଚଳଚଞ୍ଚଳ ହୋଇପଡ଼େ ମଠରୁ ମନ୍ଦିର । ଖାସ୍ କରି ସଂକ୍ରାନ୍ତି ପାଇଁ ପରିବା ବଜାରରୁ ଆରମ୍ଭ କରି ଫଳ ବଜାର ପର୍ଯ୍ୟନ୍ତ ସବୁଠି ମହଙ୍ଗା ହୁଏ ପରିବା ଓ ଫଳ । ଆଜି ହେଉଛି ସେହି ପବିତ୍ର ପଣା ସଂକ୍ରାନ୍ତି । ଆଜିର ଦିନରେ ପ୍ରତି ଘରେ ମା’ମାନେ ତୁଳସୀ ଚଉରା ମୂଳେ ପୂଜା କରି ପାଳନ କରନ୍ତି ପଣା ସଂକ୍ରାନ୍ତି । ପ୍ରଥମେ ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଏ , ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ ।

ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ,ଚଚିକା ,ମଙ୍ଗଳା  ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ପିଇ ପଣା ସଂକ୍ରାନ୍ତି ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ଭାବରେ ପାଳନ କରାଯାଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ପଣା ଭୋଗ ଓ ବଳିର ପ୍ରଥା  ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ପିଇବାକୁ ଦିଆଯାଏ । ଆଉ ଏହି ପଣା ପାନରୁ ଆରମ୍ଭ ହୁଏ ପଣା ସଂକ୍ରାନ୍ତି ପର୍ବ ।

ଓଡ଼ିଆ ନବବର୍ଷରେ ଅଧିକାଂଶ ଘରେ ବେଲ ପଣା ପ୍ରସ୍ତୁତ କରାଯାଇ ଅତିଥି ଏବଂ ସାହି ପଡ଼ିଶାଙ୍କୁ ଆପ୍ୟାୟିତ କରିଯାଏ । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଗୋଟିଏ ପାତ୍ରରେ ରଖାଯାଏ । ସେହି ପାତ୍ରରେ ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ଗୋଳି ମିକ୍ସରରେ ଗ୍ରାଇଣ୍ଡ୍ କରାଯାଏ । ତା’ପରେ ଏହି ପଣାକୁ ଗ୍ଲାସରେ ଛାଣି ବଳକା ଖଦଡ଼କୁ ବାହାର କରାଯାଏ । ତା’ଉପରେ ନଡ଼ିଆ କୋରା, କାଜୁ , ରାବିଡି ଓ ଗୋଲମରିଚ ଗୁଣ୍ଡ ମିଶାଇ ସୁଆଦିଆ ବେଲପଣା ପ୍ରସ୍ତୁତ କରାଯାଏ । ଏଥର  ପବିତ୍ର ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତିକୁ ଆପଣମାନେ କେମିତି ପାଳନ କଲେ  ଆମ ଠିକଣାରେ  ଆମକୁ ନିଶ୍ଚୟ ଜଣାଇବେ ।

Author : Asmitatv live Date: 2026-04-14

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved