📞 +91 9583789855 📧 info@asmitatv.in
Asmita TV Logo

ଏକାଦଶୀରେ ବଢିଲା ଅଲାରନାଥ ଭକ୍ତଙ୍କ ଭିଡ , ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଲା ସୁଅ
Jul 11, 2026

ଏକାଦଶୀରେ ବଢିଲା ଅଲାରନାଥ ଭକ୍ତଙ୍କ ଭିଡ , ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଲା ସୁଅ

ମହାପ୍ରଭୁ ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ କରିବାକୁ ଓ ଆଜି ଏକାଦଶୀ ହୋଇଥିବା ରୁ ଭକ୍ତ ମାନଙ୍କର ପ୍ରବଳ ଗହଳି ଓ ଭିଡ଼ ଦେଖିବାକୁ ମିଳିଥିଲା । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଅପୂର୍ବ ଦିବ୍ୟ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ବେଶିକରି ଦିନ ୨ ଟା ସମୟ ରେ ଛୁଟିଥିଲା ଭକ୍ତମାନଙ୍କ ସୁଅ । ରଥଯାତ୍ରାର ପାବନ ଅବସରରେ ଦେଶ ବିଦେଶରୁ ପୁରୀ , ଅଲାରନାଥଙ୍କୁ ଛୁଟୁଛି ଭକ୍ତଙ୍କ ଭିଡ । ଏହା ଭିତରେ ପ୍ରଶାସନ ମଧ୍ୟ ସବୁର ଟିକ୍‌ନିଖ୍ ନଜର ରଖିଛି । ଅଧ୍ଚଳ ଭିଡ ଯୋଗୁ କୌଣସି ଦୁର୍ଘଟଣା ନହୁଏ ଯେପରି ସେନେଇ ପୋଲିସ ପ୍ରଶାସନ ସହ ଅମ୍ବୁଲାନ୍ସ ସେବା ମଧ୍ୟ ତତ୍ପର ରହିଛି । 


Author : Asmitatv liv Date: 2026-07-11

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved