📞 +91 9583789855 📧 info@asmitatv.in
Asmita TV Logo

ଅପରାହ୍ଣ ୪ ଟାରେ ଗଡିବ ମହାପ୍ରଭୁଙ୍କ ରଥ
Jul 16, 2026

ଅପରାହ୍ଣ ୪ ଟାରେ ଗଡିବ ମହାପ୍ରଭୁଙ୍କ ରଥ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଗତିରେ ଆଗେଇ ଚାଲିଥିବା ବେଳେ ଉତ୍ସବମୁଖର ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର।

ଚଳିତ ବର୍ଷ ମହାପ୍ରଭୁଙ୍କ ନୀତିକାନ୍ତି ଅତି ସଅଳ ଓ ଶୃଙ୍ଖଳିତ ଭାବେ ଅଗ୍ରସର ହେଉଛି। ପ୍ରଶାସନ ଓ ସେବାୟତଙ୍କ ସମନ୍ୱୟ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ବିଧି ସମ୍ପନ୍ନ କରାଯାଉଛି।

ସୂଚନା ଅନୁଯାୟୀ, ଆଜି ସକାଳ ୯ ଟାରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବାପରେ ଧାଡି ପହଣ୍ଡିରେ ବିଜେ କରି ଶ୍ରୀ ବିଗ୍ରହମାନେ ଗୋଟିଏ ପରେ ଗୋଟିଏ ବାଇଶୀ ପାହାଚ ଅତିକ୍ରମ କରି ଦର୍ଶନ ଦେଲେ ବଡଦାଣ୍ଡରେ ଅପେକ୍ଷା କରିଥିବା ଅଗଣିତ ଭକ୍ତ ମାନଙ୍କୁ । ଦିନ ୧୨ ସୁଦ୍ଧା ଶ୍ରୀ ବିଗ୍ରହମାନଙ୍କର ପହଣ୍ଡି ନୀତି ସମ୍ପନ୍ନ ହୋଇ ରଥାରୁଢ଼ ହୋଇଛନ୍ତି ।

ଏହାପରେ ପ୍ରମୁଖ ନୀତି ଅନୁସାରେ  ଦିନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ‘ଛେରା ପହଁରା’ ସେବା କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ୩ଟାରୁ ୪ଟା ମଧ୍ୟରେ ରଥରେ ଘୋଡ଼ା ଲାଗି କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ହେବ । ଶେଷରେ, ଅପରାହ୍ଣ ୪ଟାରେ ଭକ୍ତମାନେ ରଥର ଦଉଡ଼ି ଧରିବେ ଏବଂ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ।

ରଥର ଦଉଡ଼ି ଧରି ମହାପ୍ରଭୁଙ୍କ ସେବାରେ ସାମିଲ ହେବା ପାଇଁ ଭକ୍ତମାନେ ଅଧୀର ଅପେକ୍ଷାରେ ଅନେଇ ରହିଛନ୍ତି। "ଜୟ ଜଗନ୍ନାଥ" ଧ୍ୱନିରେ  ପ୍ରକମ୍ପିତ ହେବ ବଡ଼ଦାଣ୍ଡ। କାଳିଆ ସାଆନ୍ତଙ୍କୁ ରଥ ଉପରେ ଦର୍ଶନ କରିବେ ଲକ୍ଷ ଲକ୍ଷ ଭକ୍ତ । ସଅଳ ନୀତିକାନ୍ତି ଯୋଗୁଁ ନିର୍ଦ୍ଧାରିତ ସମୟରେ ଆଗକୁ ବଢ଼ୁଛି ଘୋଷଯାତ୍ରାର ସମସ୍ତ ପ୍ରସ୍ତୁତି।


Author : Asmitatv liv Date: 2026-07-16

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved