ଗରମ ଦିନରେ ନିଜକୁ ହାଇଡ୍ରେଟ ରଖିବା ପାଇଁ ବା ଦେହ ଖରାପ ହେଲେ ଆମେ ବଜାରରେ ବିକ୍ରି ହେଉଥିବା ଓଏରଏସ ପିଉଥାଉ। ଯାହାକୁ ପିଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ବଜାରରେ ବିକ୍ରି ହେଉଥିବା ପ୍ରତ୍ୟେକ ଓଏରଏସ ଅସଲି ହୋଇ ନଥାଏ । ଯାହାର ବ୍ରାଣ୍ଡିଂକୁ ନେଇ ଦିଲ୍ଲୀ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି ।
FSSAI ଅନୁଯାୟୀ, ବଜାରରେ ORSL ପରି ଭୁଲ ବ୍ରାଣ୍ଡିଙ୍ଗ କରି ଲୋକମାନେ ଖରାପ ଏବଂ ଭୁଲ ଓଏରଏସ ବିକ୍ରି କରୁଛନ୍ତି । ଯେଉଁଥିରେ ଚିନିର ପରିମାଣ ଅଧିକ ଥାଏ ଏବଂ ଇଲେକ୍ଟ୍ରୋଲାଇଟ୍ ସଂରଚନା ପୂରଣ କରି ନଥାଏ । ଏହାକୁ ପିଇବା ଦ୍ୱାରା ଆମ ଶରୀରରେ ଶର୍କରାର ପରିମାଣ ବଢିପାରେ ଏବଂ ତାହା ଅନେକ ରୋଗକୁ ଆକର୍ଷିତ କରିଥାଏ । ସେଥିପାଇଁ ଓଏରଏସ କିଣିବା ବେଳେ FSSAIର ମାର୍କ ଦେଖନ୍ତୁ । ଓଏରଏସ ଛଡା ଆଉ କୌଣସି ଅନ୍ୟ ନାମ ବିଶିଷ୍ଟ ପାନୀୟ କିଣନ୍ତୁ ନାହିଁ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved