ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଓଲିଉଡରେ ଅନେକ ସଫଳ ଚଳଚିତ୍ର ଭେଟିଥିଲେ ରବି । ଜୋର ଯାର ମୂଲକ ତାର, କି ହେବ ଶୁଆ ପୋଷିଲେ ଭଳି ଚଳଚିତ୍ରରେ କାମ କରିଥିଲେ । ଉଦଣ୍ଡି ସୀତା, ପଞ୍ଜୁରୀ ଭିତରେ ଶାରୀ ଫିଲ୍ମର ପ୍ରଯୋଜକ ଥିଲେ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved