ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆରପାରିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ | ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଜଗତର ଶ୍ରେଷ୍ଠ ଏବଂ ଅତ୍ୟନ୍ତ ବହୁମୁଖୀ କଳାକାରଙ୍କ ମଧ୍ୟରୁ ଜଣେ । ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ସହିତ ସେ ବିଭିନ୍ନ ଭାଷା ଏବଂ ଧାରାରେ ଅସଂଖ୍ୟ ଗୀତ ଗାଇଛନ୍ତି। ତାଙ୍କର ସ୍ୱତନ୍ତ୍ର କଣ୍ଠସ୍ୱର ଏବଂ ଗାଇବାର ଅନନ୍ୟ ଶୈଳୀ ପାଇଁ ପରିଚିତ । ଭାରତୀୟ ସଙ୍ଗୀତର ଏକ ଅଦ୍ୱିତୀୟ ସ୍ତମ୍ଭ ଥିଲେ ଆଶା। ସେ ପ୍ରାୟ ୧୨ ହଜାର ଗୀତରେ କଣ୍ଠସ୍ୱର ଦେଇ ସଂଗୀତ ଜଗତକୁ ସମ୍ପୂର୍ଣ୍ଣ ଏକ ନୂତନ ଦିଗ ଦେଇଛି। ତାଙ୍କର ଅବିସ୍ମରଣୀୟ ଅବଦାନ ସହିତ, ଆଶା ଭୋଁସଲେଙ୍କ ଆଧୁନିକ ଗାୟନ ସଂସ୍କୃତିକୁ ପ୍ରଭାବିତ କରିଛି। ଆଶା ଭୋସଲେ ୨୦ରୁ ଅଧିକ ଭାଷାରେ ଗୀତ ଗାଇ ପଦ୍ମଭୂଷଣ ଏବଂ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ ହୋଇଥିଲେ।
ସୂଚନା ଯୋଗ୍ୟ ଯେ, ଶ୍ୱାସକ୍ରିୟାଜନିତ ସମସ୍ୟା ଏବଂ ହୃଦଘାତ ପରେ ଆଶା ଭୋସଲେଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାରା ବିଶ୍ୱର ପ୍ରଶଂସକମାନେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିଲେ। କିନ୍ତୁ ରବିବାର ଦିନ ଏହି ଗାୟିକାଙ୍କ ଦେହାନ୍ତ ହୋଇଯାଇଛି। କୁହାଯାଉଛି ଯେ ତାଙ୍କର ମଲ୍ଟି ଅର୍ଗାନ୍ ଫେଲ୍ୱର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved