📞 +91 9583789855 📧 info@asmitatv.in
Asmita TV Logo

ଗଛ ମୂଳେ ଖଡି ଛୁଆଁ ଉତ୍ସବ
Apr 05, 2026

ଗଛ ମୂଳେ ଖଡି ଛୁଆଁ ଉତ୍ସବ

ବାସୁଦେବପୁର ବ୍ଲକର ବୋହୂମାଘେରୀ ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳୁଛି  ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର    ହେଲେ ଦେଶର ଭବିଷ୍ୟତ କୁହା ଯାଉଥିବା କୁନି କୁନି ଶିଶୁମାନଙ୍କ

ଭାଗ୍ଯ ଭବିଷ୍ୟତ ଗଢା ଚାଲିଛି ମୁକ୍ତ ଆକାଶ ତଳେ   ସୁସଜ୍ଜିତ ସ୍କୁଲ ସୁନ୍ଦର ପରିବେଶ ଛାତ୍ର ଛାତ୍ରୀଙ୍କ ମନରେ ଆତ୍ମ ବିଶ୍ୱାସ ଭରିଦିଏ  କାଳିଆ ଘୋଡାରେ ଚଢିବିମଧୁ ବାବୁଙ୍କ ସହ ଲଢିବି  ... ଆଜି  ଭୁଷୁଡି ପଡିଛି  ଆମ ବିଦ୍ୟାଳୟର ଭିତ୍ତିଭୂମି  ସଭିଏଁ ପଢିବା... ସଭିଏଁ ବଢିବା ... ସରକାରଙ୍କର ଏହି ସୁନ୍ଦର ନାରା .. ପ୍ରହସନ ପାଲଟିଛି   ସମଗ୍ର ରାଜ୍ୟରେ ଆଜି ପାଳିତ  ହେଉଛି ପ୍ରବେଶ ଉତ୍ସବ  ଖଡିଛୁଆଁ  -୨୦୨୬ ଉତ୍ସବ ମୁଖର ବିଭିନ୍ନ ସ୍କୁଲ  ଆଗ୍ରହର ସହିତ  ଶିଶୁ ବାଟିକାର ଶିଶୁମାନଙ୍କୁ ନେଇ ପାଳିତ ହେଉଛି ପ୍ରବେଶ ଉତ୍ସବ  ଆନନ୍ଦ ଉଲ୍ଲାସ ମଧ୍ଯରେ ପାଳନ ହେଉଛି ଖଡିଛୁଆଁ ଦିବସ କେଉଁଠି କେଉଁଠି  ନାଚ ଗୀତରେ ମଜଗୁଲ୍ ହୋଇ ଉଠୁଛନ୍ତି ଛାତ୍ର ଛାତ୍ରୀମାନେ  ତାସାଙ୍ଗକୁ ସୁସଜ୍ଜିତ ଟେଣ୍ଟରେ ଚାଲିଛି ଖଡି ଛୁଆଁ ଉତ୍ସବ   ବାସୁଦେବପୁର ବ୍ଲକର କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୂମାଘେରୀ ୟୁପି ସ୍କୁଲରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଗଛ ମୂଳରେ ଚାଲିଛି ଖଡି ଛୁଆଁ ଫୁଲ ଚନ୍ଦନ ଦେଇ  ସ୍ବାଗତ କରାଯାଉଛି ମୁକ୍ତ ଆକାଶ ତଳେ କୁନି କୁନି ଶିଶୁମାନେ ଗଛରେ ଲାଗିଛି ବେନର  ହାତରେ  ଖଡି ନୂତନ ସ୍ଲେଟ  ଶିକ୍ଷାରମ୍ଭ ଗଛ ମୂଳରେ ଏହି ଆମ ସ୍ବାଧୀନତା ଭାରତର ବିକଶିତ ଭାରତର ବିକଳ ଚିତ୍ର   ସେପ୍ଟେମ୍ବର ମାସ  ତାରିଖ ଗୁରୁଦିବସରେ ପ୍ଲାଷ୍ଟର ଖସି ତିନି ଛାତ୍ର ଛାତ୍ରୀଙ୍କ ମୁଣ୍ଡ ଫାଟିଥିଲା ବିପଦ ସଙ୍କୁଳ ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ କରିବାକୁ ୧୬ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କ  ମନମାନୀ ଯୋଗୁଁ  ଗଛ ମୂଳ ସାହା ଭରଷା ପାଲଟିଛି ପାଖରେ ପୋଖରୀ ସାପ କୁ ଭୟ ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖୁଛନ୍ତି ଛାତ୍ର ଛାତ୍ରୀ ଶିକ୍ଷାନୁଷ୍ଠାନର ଦୁର୍ବଳ ଭିତ୍ତିଭୂମିକୁ ଦେଖି କିଛି ଅବିଭାବକ ମୁହଁ ଫେରାଇ ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ ହେଉଛନ୍ତି ଲୋକଙ୍କ ସରକାର ଏଥିପ୍ରତି ସଜାଗ ନହେଲେ ସରକାରୀ ସ୍କୁଲ ଥିବ ... କିନ୍ତୁ ଛାତ୍ରଛାତ୍ରୀ ନଥିବେ

Author : Asmitatv Date:

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved