📞 +91 9583789855 📧 info@asmitatv.in
Asmita TV Logo

ବାପା, ମା ଆମର ପ୍ରଥମ ଗୁରୁ: ମୁଖ୍ୟମନ୍ତ୍ରୀ
Apr 04, 2026

ବାପା, ମା ଆମର ପ୍ରଥମ ଗୁରୁ: ମୁଖ୍ୟମନ୍ତ୍ରୀ

କୁନି କୁନି ପିଲାଙ୍କ ହାତ ଧରି ଖଡି ଛୁଆଁଇବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନିଜେ ପିଲାମାନଙ୍କ ହାତ ଧରି ସିଲଟରେ ପ୍ରଥମ ଅକ୍ଷର ଭାବେ 'ବାପା' ଓ 'ମା' ଲେଖାଇ ଶିକ୍ଷାଦାନର ଶୁଭାରମ୍ଭ କରିବେ। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି ଶିଶୁ ବାଟିକା ପିଲାଙ୍କ ଖଡିଛୁଆଁ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ । ଶିଶୁଙ୍କର ନୂଆ ଆଶା, ଦିଗଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ପାଖରେ ବସି କିଛି ବାର୍ତ୍ତାଳାପ କରିଥିଲେ । ବାପା, ମା ଆମର ପ୍ରଥମ ଗୁରୁ । ଏଣୁ ସେମାନଙ୍କ ସିଲଟରେ ପ୍ରଥମେ ବାପା ମା ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ,  ଖଡ଼ି ଛୁଆଁ ପାଇଁ ରାଜ୍ୟରେ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ କାର୍ଡ଼ ବଣ୍ଟା ସରିଛି। ପ୍ରଶାସନିକ କାରଣରୁ, ଶିଶୁବାଟିକା ପିଲାଙ୍କ ପାଇଁ ଏପ୍ରିଲ ୨ରେ ହେବାକୁ ଥିବା ଖଡିଛୁଆଁ କାର୍ଯ୍ୟକ୍ରମକୁ ୪ ତାରିଖକୁ ଘୁଞ୍ଚାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମ ୬ରୁ ୧୦ ତାରିଖ ଯାଏ ଚାଲିବ ।

Author : Asmitatv liv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved