📞 +91 9583789855 📧 info@asmitatv.in
Asmita TV Logo

ପରଦାକୁ ଆସୁଛି 'ବିନ୍ଦୁସାଗର'
Apr 14, 2026

ପରଦାକୁ ଆସୁଛି 'ବିନ୍ଦୁସାଗର'

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି : ବଦଳିଛୁ ଓଲିଉଡ । ଆଉ ବଦଳୁଛି ଚଳଚିତ୍ରର ଢଙ୍ଗ । କେବଳ ମନୋରଞ୍ଜନ ପାଇଁ ନୁହଁ ମୌଳିକ କାହାଣୀ ସହ ପରଦାକୁ ଆସୁଛି ଅନେକ ଫିଲ୍ମ । ଯେଉଁ କାରଣ ପାଇଁ ପୁଣି ଥରେ ଓଲିଉଡର ଲୋକପ୍ରିୟତା ବଢିଲାଣି । ଏହି ଭଲପାଇବାକୁ ଆହୁରି ବଢାଇବା ପାଇଁ ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ 'ବିନ୍ଦୁସାଗର' । ନିକଟରେ ଏହାର  ଟ୍ରେଲର ରିଲିଜ କରାଯାଇଥିଲା । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଟ୍ରେଲର ଦେଖିବା ପରେ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହି ଫିଲ୍ମରେ ଅଭିଷେକ ସ୍ୱାଇଁ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଷେକ ଦାସ ଏହାକୁ ଲେଖିଛନ୍ତି । ଶୀଲାଦିତ୍ୟ ବୋରା, ବିନୟ ରେଡ୍ଡି ଓ ଶୁଭ ଶେଖର ଏହାକୁ ଫ୍ରଯୋଜନା କରିଛନ୍ତି । ଏହି ଚଳଚିତ୍ରରେ ପ୍ରକୃତି ମିଶ୍ର ଓ ଦ୍ୱିପାନ୍ୱୀତ ଦାସମହାପାତ୍ର ପ୍ରଥମ ଥର ଏକ ସାଥିରେ ନଜର ଆସିବେ। ମନୋଜ, ପ୍ରଣବ ପ୍ରସନ୍ନ ରଥ, ସୁକାନ୍ତ ରଥ ଓ ମମତା ତ୍ରିପାଠୀ,ସୋନାଲି ସର୍ମିଷ୍ଠା, ସତ୍ୟ ରଞ୍ଜନ, ରୋବିନ ଦାସ, କିଶୋର ସ୍ୱାଇଁ, ଜଗନ୍ନାଥ ସେଠ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବିନ୍ଦୁ ସାଗରକୁ ନୂଆ ଢଙ୍ଗରେ ଦେଖେଇବାକୁ ଚେଷ୍ଟା କରାଯାଇଛି । ବିନ୍ଦୁସାଗର ସହ ଲିଙ୍ଗରାଜର ଅଳିଗଳି ସୁନ୍ଦର ଭାବରେ ଦେଖେଇବା ସହ ଦର୍ଶକଙ୍କୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି। 

Author : Asmitatv live Date: 2026-04-14

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved